ନୂଆଦିଲ୍ଲୀ, ୨୬ା୩: କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହକୁ ଭାଜପା କଡ଼ା ସମାଲୋଚନା କରିଛି। ଏହା ଦେଶର ସମ୍ବିଧାନ ଏବଂ କୋର୍ଟଙ୍କ ରାୟ ବିରୋଧରେ ଆନ୍ଦୋଳନ ବୋଲି ଭାଜପା ଅଭିଯୋଗ କରିଛି।
କଂଗ୍ରେସ ସତ୍ୟାଗ୍ରହ ନାମରେ ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଛି। ମାହାତ୍ମା ଗାନ୍ଧୀ ସାମାଜିକ କାରଣକୁ ନେଇ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ହେଳେ କଂଗ୍ରେସ ବ୍ୟକ୍ତିଗତ କାରଣକୁ ନେଇ ସତ୍ୟାଗ୍ରହ କରିଥିବା ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଛନ୍ତି। ମାନହାନି ମାମଲାରେ ରାହୁଲ ଦୋଷୀସାବ୍ୟସ୍ତ ହେବା ପରେ ତାଙ୍କ ଏମ୍ପି ପଦ ରଦ୍ଦ ହୋଇଛି। ଏହା ବିରୋଧରେ କଂଗ୍ରେସର ଆନ୍ଦୋଳନ ଅହଂକାରକୁ ପ୍ରଦର୍ଶନ କରୁଥିବା ବେଳେ ଏହା ସତ୍ୟ ପାଇଁ ଲଢ଼େଇ ନୁହେଁ ବୋଲି ସୁଧାଂଶୁ ମତବ୍ୟକ୍ତ କରିଛନ୍ତି।