Categories: ଜାତୀୟ

ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୨ କଂଗ୍ରେସ ନେତା ଛାଡିଲେ ଦଳ: ଚିନ୍ତାରେ ଦଳ ମୁଖିଆ

ଡେରାଡୁନ,୧୨ ।୭: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପୁଣିଥରେ ତା’ର ଘର ସଜାଡିବା କାମରେ ଲାଗିପଡିଛି । ଗୋଆ ବିଧାୟକଙ୍କ ମଧ୍ୟରେ ତୁତୁମେମେକୁ ଦେଖି ଦଳ ଆକ୍ଟିଭ ହୋଇଯାଇଥିବା ବେଳେ ଏବେ ଉତ୍ତରାଖଣ୍ଡରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି । ଉତ୍ତରାଖଣ୍ଡରେ କଂଗ୍ରେସର ୨ ନେତା ଗୋଟିଏ ଦିନରେ ଦଳ ଛାଡିଛନ୍ତି । ଏହାପରେ ତୁରନ୍ତ ସନ୍ଧ୍ୟାରେ ହରକ ସିଂ ରାୱତଙ୍କ ଘରେ କଂଗ୍ରେସର ବଡ ବଡ ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହରକ ସିଂ ରାୱତଙ୍କ ସକ୍ରିୟତା ଓ ଦଳୀୟ ନେତାଙ୍କ ବୈଠକୁକୁ ଦେଖି ଦଳ ମୁଖିଆ ଚିନ୍ତାରେ ପଡିଯାଇଥିବା କୁହାଯାଉଛି ।

Share