Categories: ଜାତୀୟ

ଭାଜପାର ମୁହଁତୋଡ ଜବାବ ଦେଲା କଂଗ୍ରେସ: ପ୍ରକାଶ ଜାଭଡେକରଙ୍କ ସାମ୍ପେନ୍‌ ଫଟୋ ଶେୟାର କରି ପଚାରିଲା…

ନୂଆଦିଲ୍ଲୀ,୩।୫: ରାହୁଲ ଗାନ୍ଧୀଙ୍କ ପବ୍‌ର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହେବା ସହ ଦୁହିଁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଆଉ ଏହାର ଜବାବ ଦେବାକୁ ଯାଇ କଂଗ୍ରେସ ସାମ୍ନାକୁ ଆସିଛି। କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ଏହି ଭିଡିଓରେ କିଛି ଭୁଲ ନାହିଁ। ବିବାହରେ ସାମିଲ ହେବା ଅପରାଧ ତ ନୁହେଁ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ଭାଜପାର ମୁହଁତୋଡ ଜବାବ ଦେଇଛି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ଭାଜପା ନେତା ପ୍ରକାଶ ଜାଭଡେକରଙ୍କ ଏକ ଫଟୋ ଶେୟାର କରାଯାଇଛି। ଯେଉଁଥିରେ ସେ ଏକ ସାମ୍ପେନ ବୋତଲ ଖୋଲୁଥିବାର ନଜର ଆସିଛନ୍ତି। ଆଉ ଏହାକୁ କଗ୍ରେଂସର ବରିଷ୍ଠ ନେତା ତଥା ଏମ୍‌ପି ମାଣିକମ୍‌ ଟାଗୋର ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ମାଣିକମ୍‌ ପଚାରିଛନ୍ତି, ଏହି ବ୍ୟକ୍ତି ଜଣକ କିଏ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି। ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାଠମାଣ୍ଡୁର ଏକ ନାଇଟ କ୍ଲବ୍‌ରେ ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ପରେ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି।

Share