Categories: ଜାତୀୟ

‘ଯେଉଁମାନେ ଅହଂକାରୀ ସେମାନେ ହିଁ କ୍ଷମତାରେ ଅଛନ୍ତି’, ଇଣ୍ଡିଆ ମେଣ୍ଟକୁ ଅହଂକାରୀ କହିବା ଉପରେ ଶଶି ଥରୁରଙ୍କ ପାଲଟା ଜବାବ

ନୂଆଦିଲ୍ଲୀ,୧୬।୯: ବିରୋଧୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ମିଳିତ ମେଣ୍ଟ ଗଠନ କରିଛନ୍ତି, ଯାହାକୁ ‘ଇଣ୍ଡିଆ’ମେଣ୍ଟ ନାମରେ ନାମିତ କରାଯାଇଛି। ଏହି ମେଣ୍ଟକୁ ନେଇ ଭାଜପା ପକ୍ଷରୁ କ୍ରମାଗତ ଆକ୍ରମଣ ହେଉଛି। ଭାଜପା ଏହି ମେଣ୍ଟକୁ ‘ଇଣ୍ଡିଆ ମେଣ୍ଟ’ ପରିବର୍ତ୍ତେ ଏକ ଅହଂକାରୀ ମେଣ୍ଟ ବୋଲି ବର୍ଣ୍ଣନା କରିଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ବିରୋଧୀଙ୍କୁ ‘ଅହଂକାରୀ ମେଣ୍ଟ’ ବୋଲି କହିଛନ୍ତି। ଯାହାକୁ ନେଇ କଂଗ୍ରେସ ଏମ୍‌ପି ଶଶି ଥରୁର ପାଲଟା ଜବାବ ଦେଇ କହିଛନ୍ତି , ଅହଂକାରୀ ଲୋକମାନେ ନିଜେ କ୍ଷମତାରେ ବସିଛନ୍ତି।

ଆଜିକାଲି ରାଜସ୍ଥାନରେ ଭାଜପାର ପରିବର୍ତ୍ତନ ଯାତ୍ରା ଚାଲିଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ରାଜସ୍ଥାନର ଡୁଡୁରେ ଏହି ଯାତ୍ରାରେ ଭାଗ ନେଇଥିଲେ। ଏହି ସମୟରେ ସେ ବିରୋଧୀ ଦଳ ଗଠନ କରିଥିବା ନୂତନ ମେଣ୍ଟ ବିଷୟରେ କହିଛନ୍ତି। ସେ କହିଛନ୍ତି କିଛି ଲୋକ ଏହାକୁ ଇଣ୍ଡିଆ ମେଣ୍ଟ କହୁଛନ୍ତି, କିନ୍ତୁ ଏହା ଇଣ୍ଡିଆ ମେଣ୍ଟ ନୁହେଁ, ବରଂ ଏହା ଏକ ଅହଂକାରୀ ମେଣ୍ଟ।

କେରଳର ଥିରୁଭନନ୍ତପୁରମର ଏମ୍‌ପି ଶଶି ଥରୁର ପ୍ରହ୍ଲାଦ ଯୋଶୀଙ୍କ ଏହି ବୟାନର ଜବାବ ଦେଇଛନ୍ତି। କଂଗ୍ରେସ ଏମ୍‌ପି କହିଛନ୍ତି, କ୍ଷମତାର ଅହଂକାର ସ୍ପଷ୍ଟ ଦେଖାଯାଉଛି। ତେଣୁ ବିରୋଧୀଙ୍କ ପାଇଁ ଅହଂକାର ଶବ୍ଦର ବ୍ୟବହାର ଟିକେ ଅନାବଶ୍ୟକ ଏବଂ ଅର୍ଥହୀନ। ସେ କହିଛନ୍ତି, ଯେଉଁମାନେ ଅହଂକାରୀ ସେମାନେ ହିଁ କ୍ଷମତାରେ ବସିଛନ୍ତି। ଏହା ଆମେ ପ୍ରତିଦିନ ଦେଖୁଛୁ । ମୁଁ ସ୍ପଷ୍ଟ ଭାବେ ଅନୁଭବ କରୁଛି ଯେ ଆମେ ମିଳିତ ମେଣ୍ଟକୁ ଦେଇଥିବା ନାମ ସେମାନଙ୍କୁ ଅସୁବିଧାରେ ପକାଉଛି।

 

Share