Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପୂର୍ବତନ ସେନା ମୁଖ୍ୟ, ଭାଜପା ଉଠାଇଲା ପ୍ରଶ୍ନ, କଂଗ୍ରେସ କହିଲା ବାହାଦୂର ଯବାନଙ୍କୁ କରାଯାଉଛି ବଦନାମ

ନୂଆଦିଲ୍ଲୀ,୯ ।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂର୍ବତନ ସେନା ମୁଖ୍ୟ ଜେନରାଲ ଦୀପକ କପୁରଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସମାଲୋଚନା କରିଛି । ଏହାକୁ ନେଇ ଏବେ ଭାଜପାକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ ଆଣିଛି ଭାଜପା ଦେଶର ବାହାଦୂର ଯବାନଙ୍କୁ ବଦନାମ କରୁଛି । ସୂଚନାଯୋଗ୍ୟ, ଜେନରାଲ(ସେବାନିବୃତ୍ତ) ଦିପକ କପୁର ଓ ପ୍ରତିରକ୍ଷା ସେବାର ଆଉ କେତେଜଣ ସେବାନିବୃତ୍ତ ଶୀର୍ଷ ଅଧିକାରୀ ରବିବାର ଅର୍ଥାତ୍ ୮ ଜାନୁୟାରୀରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ଯାତ୍ରା ଏବେ ହରିୟାଣା ଦେଇ ଚାଲୁଛି ।

ସୂଚନାଯୋଗ୍ୟ, ହରିୟାଣାରେ ରାହୁଲ ଗାନ୍ଧୀଙ୍କ ସହ ଜେନେରାଲ କପୁରଙ୍କ ଏକ ଫଟୋ ଟୁଇଟ କରି ଭାଜପା ଆଇଟି ବିଭାଗ ମୁଖ୍ୟ ଅମିତ ମାଲବିୟ ଲେଖିଛନ୍ତି, ପୂର୍ବ ସେନା ମୁଖ୍ୟ ଜେନେରାଲ ଦୀପକ କପୁର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ । କପୁରଙ୍କୁ ଅନ୍ୟ ସେନା ଅଧିକାରୀଙ୍କ ସହ ଆଦର୍ଶ ଘୋଟାଲାରେ ଅଭିଯୁକ୍ତ କରାଯାଇଥିଲା । ଭାଜପା ନେତା  କହିଛନ୍ତି, ଯାଞ୍ଚ ସମିତିର ଏହି ରାୟ ଥିଲା କି ସେନାଙ୍କୁ ଅପମାନିତ କରିବାକୁ ନେଇ ଏହି ଅଧିକାରୀଙ୍କୁ କୌଣସି ସରକାରୀ ପଦରେ ଆସିନ ହେବାକୁ ପ୍ରତିବନ୍ଧ ଲଗାଯାଇପାରେ ।
ଏହାକୁ ନେଇ କଂଗ୍ରେସ କହିଛି ଭାଜପାର ଏଭଳି ମନ୍ତବ୍ୟ ଲଜ୍ୟା ଜନକ । ୧୯୬୭ରୁ ୨୦୧୦ ପ୍ରାୟ ୪ ଦଶକ ଧରି ଦେଶର ସେବା କରିଥିବା ଜଣେ ବାହାଦୂର ଯବାନଙ୍କୁ ବଦନାମ କରାଯାଉଛି । ଆପଣଙ୍କୁ ନିଜ ଉପରେ ଲଜ୍ୟା ଲାଗିବା କଥା ।

Share