Categories: ଜାତୀୟ

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତେ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି । ୨୦୨୨ରେ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲ ଉତ୍ତରାଖଣ୍ଡ ଗସ୍ତ କରି କହିଥିଲେ କି ଉତ୍ତରାଖଣ୍ଡରେ ଯଦି ଏଏପି ସରକାର ଗଠନ କରେ ତେବେ ୧ ଲକ୍ଷ ବେକାର ଯୁବକଙ୍କୁ ୬ ମାସ ମଧ୍ୟରେ ଚାକିରି ଦେବ ନଚେତ୍ ପ୍ରତି ମାସରେ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରିବ । କେଜରିୱାଲଙ୍କ ଏହି ଘୋଷଣାକୁ ନେଇ କଂଗ୍ରେ କହିଛି ଏହା ଏଏପିର ‘ମିଥ୍ୟା ଗ୍ୟାରେଣ୍ଟି’ । ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ଅନୀଲ କୁମାର କହିଛନ୍ତି ଗତବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଏଏପି କେବଳ ୪୪୦ ଜଣଙ୍କୁ ଚାକିରି ଦେଇଥିବା ବେଳେ ଉତ୍ତରାଖଣ୍ଡରେ କିପରି ୧ଲକ୍ଷ ବେକାର ଯୁବକଙ୍କୁ ଚାକିରି ଦେବ ।

Share