Categories: ଜାତୀୟ

ପାଇଲଟ ନୁହନ୍ତି, ଗୋବିନ୍ଦ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ

ଜୟପୁର,୨୦।୭: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ରାଜ୍ୟ ନିର୍ବାଚନ କମିଟି ଗଠନ କରିଛି। କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ଗୁରୁବାର ଏକ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ରାଜସ୍ଥାନର ମୋଟ ୨୯ ଜଣଙ୍କୁ ସ୍ଥାନ ଦିଆଯାଇଛି। ଅଧ୍ୟକ୍ଷ ଭାବେ ଗୋବିନ୍ଦ ସିଂ ଡୋଟାସରାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟିର ଅଧ୍ୟକ୍ଷ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷଙ୍କୁ ମିଳିଥାଏ। ତେଣୁ ଡୋଟାସରାଙ୍କ ରାଜ୍ୟ ଅଧ୍ୟକ୍ଷ ହୋଇଥିବାରୁ ଏହି ଦାୟିତ୍ୱ ଦିଆଯାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦ୍ୱିତୀୟ ସ୍ଥାନରେ ଏବଂ ସଚିନ ପାଇଲଟ ଚତୁର୍ଥ ସ୍ଥାନରେ ଅଛନ୍ତି।

Share