Categories: ଜାତୀୟ

କେସିଆରଙ୍କ କାରକୁ ରୋକିଲା କଂଗ୍ରେସର ହାତ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ନିର୍ବାଚନୀ ଚିହ୍ନ କାରକୁ କଂଗ୍ରେସର ହାର ରୋକି ଦେଇଛି। କାରକତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାରେ ମୋଟ ଆସନ ସଂଖ୍ୟା ୧୧୯ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୬୦ ରହିଛି। କଂଗ୍ରେସ ତେଲଙ୍ଗାନାରେ ୬୫ ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ ୪୦ ଏବଂ ଭାଜପା ୯ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୫ ଆସନରେ ଆଗୁଆ ରହିଛନ୍ତି।

Share