Categories: ଜାତୀୟ

ସଞ୍ଜୟଙ୍କୁ କଂଗ୍ରେସର ସମର୍ଥନ, ଆମେ ଅଛୁ ସାଥିରେ, କହିଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୧।୮ : ପାତ୍ରା ଚୋଲ ଜମି ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ସୋମବାର ତାଙ୍କୁ ପିଏମଏଲଏ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ସଞ୍ଜୟ ରାଉତଙ୍କୁ କଂଗ୍ରେସ ସମର୍ଥନ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ଆଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ସେ ରାଉତଙ୍କ ସହ ଅଛନ୍ତି। ଅଧୀର ରଞ୍ଜନ କହିଛନ୍ତି ଭୟ କରନାହିଁ, ଆମେ ସାଥିରେ ଅଛୁ।

ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ଶିବସେନା ସମର୍ଥକମାନେ ବିରୋଧ କରୁଛନ୍ତି। ଏନେଇ ଶିବସେନା ସମଗ୍ର ମୁମ୍ବାଇରେ ବିରୋଧ କରିବାକୁ ଯୋଜନା କରିଛି। ତେବେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜମି ସ୍କାମ ମାମଲାରେ ଗିରଫ ହେବାପରେ ତାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ପ୍ରକାଶ ଯେ ମହିଳା ସାକ୍ଷୀଙ୍କୁ ଧମକ ଦେଇଥିବାରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ପଞ୍ଜିକୃତ ହୋଇଛି।

Share