Categories: ଜାତୀୟ

ପାଲେଷ୍ଟାଇନକୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୧୦।୧୦: ମଧ୍ୟ ପୂର୍ବ ଦେଶ ଇସ୍ରାଏଲରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ବର୍ବର ଆକ୍ରମଣ ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ଭାରତ ଆନୁଷ୍ଠାନିକ ଭାବେ ଏହାର ରଣନୈତିକ ସହଯୋଗୀ ଇସ୍ରାଏଲ ସହିତ ଏକତା ପ୍ରକାଶ କରିଥିବାବେଳେ କଂଗ୍ରେସ ସାଧାରଣ ସଂପାଦକ ଭେନୁଗୋପାଲ ଏହି ପ୍ରସଙ୍ଗରେ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି। ତୁରନ୍ତ ଯୁଦ୍ଧ ବିରତି କରିବାର ଆବଶ୍ୟକତା ଦର୍ଶାଇ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ର ବୈଠକ ପରେ ସେ ପାଲେଷ୍ଟାଇନ ସମର୍ଥନରେ ସେ ଏହି କଥା କହିଥିଲେ।
ସୂଚନାଯୋଗ୍ୟ, ହମାସ ସଂଗ୍ରାମୀଙ୍କ ଇସ୍ରାଏଲ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ସହ ଏକତା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ଇସ୍ରାଏଲରେ ହମାସ ଆକ୍ରମଣ ପରେ ନିହତ ହୋଇଥିବା ସାଧାରଣ ନାଗରିକଙ୍କୁ ସେ ସମବେଦନା ଜଣାଇଥିଲେ। ଏହି କଷ୍ଟ ସମୟରେ ଭାରତ ଇସ୍ରାଏଲ ସହିତ ଛିଡା ହୋଇଛି। ଇସ୍ରାଏଲ-ହମାସ ବିବାଦରେ ଆମେରିକା, ବ୍ରିଟେନ, ଜର୍ମାନୀ, ୟୁକ୍ରେନ, ବ୍ରାଜିଲ, ଅଷ୍ଟ୍ରେଲିଆ ସମେତ ପଶ୍ଚିମ ଦେଶ ଇସ୍ରାଏଲ ସହିତ ଥିବା ଘୋଷଣା କରିଛନ୍ତି।

Share