Categories: ଜାତୀୟ

ବିବିସି ଡକ୍ୟୁମଣ୍ଟାରି ନେଇ ସରକାରଙ୍କୁ କଂଗ୍ରେସର ସମର୍ଥନ: ଏକେ ଆଣ୍ଟୋନୀଙ୍କ ପୁଅ କହିଲେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ମଙ୍ଗଳବାର ଅନିଲ ଆଣ୍ଟୋନୀ କହିଛନ୍ତି ଯେ ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ ଅନୁଷ୍ଠାନକୁ ଅଗ୍ରାଧିକାର ଦେବା ଆମ ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ। ଏହା ଦୋ ଲାଗି ବିପଦ ସୃଷ୍ଟି କରିବ। ତାଙ୍କର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ କେରଳ କଂଗ୍ରେସର ବିଭିନ୍ନ ୟୁନିଟ ଗୁଜରାଟ ଦଙ୍ଗା ଉପରେ ବିବାଦୀୟ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ପାଇଁ ଘୋଷଣା କରିଛନ୍ତି।

କଂଗ୍ରେସ ଦଳର କେରଳ ୟୁନିଟର ଡିଜିଟାଲ ଯୋଗାଯୋଗକୁ ଅନିଲ ଆଣ୍ଟୋନୀ ପରିଚାଳନା କରୁଛନ୍ତି। ସେ ଏକ ଟୁଇଟରେ କହିଛନ୍ତି ଯେ ଯେଉଁମାନେ ବିବିସି ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ ଷ୍ଟ୍ରୋଙ୍କ ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି ଏବଂ ଗ୍ରହଣ କରୁଛନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ଉପରେ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ୨୦୦୩ ଇରାକ ଯୁଦ୍ଧ ପଛରେ ଜ୍ୟାକ ଷ୍ଟ୍ରୋଙ୍କ ହାତ ଥିଲା। ଭାଜପା ସହିତ ପ୍ରମୁଖ ମତଭେଦ ସତ୍ତ୍ୱେ ମୁଁ ଅନୁଭବ କରୁଛି ଯେ, ଏହା ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ।

Share