Categories: ଜାତୀୟ

ଅଧାରୁ ବନ୍ଦ ହେଲା କଂଗ୍ରେସର ପଦଯାତ୍ରା

ବେଙ୍ଗାଲୁରୁ,୧୩।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ନାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ କରି ଦଳୀୟ କର୍ମକର୍ତ୍ତାଙ୍କୁ ପଦଯାତ୍ରା ବନ୍ଦ କରିବାକୁ କହିଥିଲେ। ପରେ ପଦଯାତ୍ରାକୁ ବନ୍ଦ କରି ଦିଆଯାଇଛି।

ସରକାର କରୋନା କଟକଣାକୁ କଡାକଡ଼ି କରିଥିବା କଂଗ୍ରେସ ନେତା ଏହାକୁ ଖାତିର ନ କରି ୫ ଦିନ ହେଲା କର୍ନାଟକରେ ପଦଯାତ୍ରା କରୁଥିଲେ। ଏହା ୧୦ ଦିନ ଧରି ଚାଲିବାର ଥିଲା। ଅନ୍ୟପକ୍ଷେ ପଦଯାତ୍ରା ବେଳେ କଂଗ୍ରେସର ୫ ଜଣ ନେତା କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି।

କରୋନା କଟକଣା ନ ମାନି ପଦଯାତ୍ରା କରୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ୬୦ରୁ ଅଧିକ କଂଗ୍ରେସ ନେତାଙ୍କ ନାମରେ ମାମଲା ରୁଜୁ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ଗତ ୫ ଦିନ ହେଲା ସଫଳତାର ସହ ପଦଯାତ୍ରା କରିଥିଲୁ। ପଦଯାତ୍ରା ବେଙ୍ଗାଲୁରୁରେ ଶେଷ ହେବାର ଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆମେ ଏହାକୁ ସ୍ଥଗିତ ରଖିଛୁ।

Share