ନୂଆଦିଲ୍ଲୀ,୧୬।୧୦(୦୭): କଂଗ୍ରେସ ସୋମବାର ସେନାକୁ ରାଜନୈତିକ ଅଭିଯାନରେ ବ୍ୟବହାର କରିବା ଭାଜପାର ଏକ ଶସ୍ତା ଉଦ୍ୟମ ବୋଲି ଅଭିଯୋଗ କରିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଭାରତୀୟ ସେନା ହେଉଛି ସମଗ୍ର ଦେଶର ସେନା। ଆମେ ଗର୍ବିତ ଯେ ଆମର ସାହସୀ ସୈନ୍ୟବାହିନୀ ଦେଶର ଆଭ୍ୟନ୍ତରୀଣ ରାଜନୀତିର ଅଂଶ ହୋଇ ନ ଥିଲେ। ଗତ ସାଢେ ନଅ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅନ୍ୟ ସବୁ କ୍ଷେତ୍ରରେ ବିଫଳତାର ସମ୍ମୁଖୀନ ହେବା ପରେ ମୋଦି ସରକାର ବର୍ତ୍ତମାନ ସେନାକୁ ରାଜନୈତିକ ପ୍ରଚାରରେ ବ୍ୟବହାର କରିବା ଅତ୍ୟନ୍ତ ଖରାପ ଉଦ୍ୟମ କରୁଛନ୍ତି।
ସେ କହିଛନ୍ତି ଯେ, ସେନାକୁ ରାଜନୀତିକରଣ କରିବାର ଏହି ପ୍ରୟାସ ଅତ୍ୟନ୍ତ ବିପଜ୍ଜନକ ପଦକ୍ଷେପ। ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଏବଂ ଏହି ଭୁଲ ପଦକ୍ଷେପକୁ ତୁରନ୍ତ ବନ୍ଦ କରିବାକୁ ମୋଦି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାମେଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନୁରୋଧ କରିଛନ୍ତି।