ନୂଆଦିଲ୍ଲୀ,୨୫।୧୦: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନଭେମ୍ବର ୧୪ରୁ ୨୯ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି।
୧୫ ଦିନିଆ ଆନ୍ଦୋଳନରେ କଂଗ୍ରେସ ନେତାମାନେ ନିଜ ଅଞ୍ଚଳରେ ପଦଯାତ୍ରାର ନେତୃତ୍ୱ ନେବେ। ତେଲ ଦର ବୃଦ୍ଧିକୁ ନେଇ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷେ ତେଲ ଦର ବଢ଼ାଇ ସରକାର ଟିକସ ଡକାୟତି କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।