Categories: ଜାତୀୟ

ନାଗପୁରରେ ଆଜି ୨୦୨୪ ନିର୍ବାଚନର ବିଗୁଲ ବଜାଇବ କଂଗ୍ରେସ: ଖାର୍ଗେ-ସୋନିଆ-ରାହୁଲ ହେବେ ସାମିଲ

ନାଗପୁର,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ଲାଗି ମହାରାଷ୍ଟ୍ରର ନାଗପୁର ସହରରୁ ଗୁରୁବାର ଏକ ବିଶାଳ ରାଲି ଜରିଆରେ ନିର୍ବାଚନ ଅଭିଯାନ ଆରମ୍ଭ କରିବ କଂଗ୍ରେସ। ଦଳର ୧୩୯ତମ ପ୍ରତିଷ୍ଠା ଦିବସ ଅବସରରେ ‘ହେ ତୟାର ହମ୍‌’ ରାଲିର ଆୟୋଜନ କରାଯିବ। ଦଳ କ୍ରେନ୍ଦ୍ରରେ ଥିବା ଭାଜପା ସରକାରକୁ ପରିବର୍ତ୍ତନ କରିବାର ବାର୍ତ୍ତା ଦେବ। ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରମୁଖ ସମ୍ବୋଧିତ କରିବେ। ତେବେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟାଳୟ ଏବଂ ଐତିହାସିକ ଦୀକ୍ଷାଭୂମି ରହିଛି। ଏଣୁ କଂଗ୍ରେସର ଏହି ରାଲିର ଗୁରୁତ୍ୱ ଅଧିକ ବୋଲି କୁହାଯାଉଛି।

Share