Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ହଜମ କରିପାରୁନି କଂଗ୍ରେସ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି।
ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହଜମ କରିପାରୁନାହିଁ। ଏଥିସହ ସହ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ତାଙ୍କ ବିଦେଶ ଗସ୍ତ ସମୟରେ ସମଗ୍ର ଦେଶକୁ ଅପମାନ କରୁଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଭାରତ ହେଉଛି ବିଶ୍ୱର ଆଶା ଏବଂ ବିକାଶର ପ୍ରତୀକ।

ଭାଜପା ନେତା କହିଛନ୍ତି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ’ ବୋଲି କହିଛନ୍ତି। ଏଥି ସହ ଇଟାଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁନିଆର ସବୁଠାରୁ ପ୍ରିୟ ନେତା ବୋଲି କହିଛନ୍ତି। ଅନ୍ୟ ବିଶ୍ୱ ନେତାମାନେ ମଧ୍ୟ ମୋଦିଙ୍କ ନେତୃତ୍ୱକୁ ସମ୍ମାନ କରନ୍ତି। କଂଗ୍ରେସ ଏହାକୁ ହଜମ କରିବାକୁ ସକ୍ଷମ ନୁହେଁ ଏବଂ ପ୍ରଥମେ ବ୍ରିଟେନରେ ଏବଂ ବର୍ତ୍ତମାନ ଆମେରିକାରେ
ମୋଦିଙ୍କୁ ଅପମାନିତ କରୁଛନ୍ତି।

 

Share