Categories: ଜାତୀୟ

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ,୨୫।୧୧: ରାଜ୍ୟ ସଭା ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ତଥା ଅହମଦ ପଟେଲଙ୍କ ବୁଧବାର ମଲ୍ଟି ଅରଗାନ ଫେଲ ଯୋଗୁ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୧ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ନିକଟରେ ଅହମଦ ପଟେଲ ଏବେ ଗୁଜରାଟରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ମୋଟ ୮ ଥର ସଂସଦରେ ଗୁଜରାଟକୁ ପ୍ରତିନିଧିତ୍ୱ କରିଛନ୍ତି। ୫ ଥର ରାଜ୍ୟ ସଭା ଓ ୩ ଥର ଲୋକ ସଭା ସାଂସଦ ଭାବେ ସେ କାର୍ଯ୍ୟ କରିଥିଲା। ସୂଚନାଯୋଗ୍ୟ, ଅକ୍ଟୋବର ୧ରେ ଶ୍ରୀ ପଟେଲ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share