Categories: ଜାତୀୟ

ଶପଥ ନେଲେ ସିଦ୍ଦାରାମାୟା, ଦ୍ୱିତୀୟ ଥର ହେଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୦।୫: ଦ୍ୱିତୀୟ ଥର ଲାଗି ସିଦ୍ଦାରାମାୟା କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ଥାଓ୍ବର ଚନ୍ଦ୍ର ଗହଲୋଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ସମାରୋହରେ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ ବି ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।
ଶପଥ ନେବା ପରେ ସିଦ୍ଦାରାମାୟା ସମାରୋହରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଓ ବିହାରର ଉପମୁଖ୍ୟମନ୍ତ୍ରୀଙ୍କ ତେଜସ୍ବୀ ଯାଦବଙ୍କ ସହ ହାତ ମିଳାଇଥିଲେ।

Share