ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ ପୂରଣ ପାଇଁ କଂଗେସର ମଙ୍ଗ ଧରିଛନ୍ତି ନାଉଗାଁ ବ୍ଲକ ଅଞ୍ଚଳର ଯୁବନେତା ନିରଞ୍ଜନ ନାୟକ (ବବୁଲ)। ଅନ୍ୟପଟେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଦଳରେ ଅସନ୍ତୋଷ ବଢ଼ିଛି। କିନ୍ତୁ ସମ୍ବିତଙ୍କ ବାପା ଡ. ଦାମୋଦର ରାଉତଙ୍କ ଦେହାନ୍ତ କାରଣରୁ ବିଜେଡି ତାଙ୍କ ବୋହୂ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ମହିଳା ଏବଂ ଅନୁକମ୍ପାମୂଳକ ଭୋଟକୁ ଆଧାର କରି ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ନିଭାଇବେ ବୋଲି କୁହାଯାଉଛି। ବିଜେଡି ଓ ଭାଜପା ନେତାମାନେ ଅର୍ଥ ବଳରେ କଂଗ୍ରେସ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପାରାଦୀପ ବିଧାନସଭା ଆସନରେ ୨୦୦୯ ଓ ୨୦୧୪ରେ ଡ. ଦାମୋଦର ରାଉତ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ଡ. ରାଉତ ବିଜେଡି ଛାଡି ବାଲିକୁଦା-ଏରସମା ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିଜର ରାଜନୈତିକ ବିଚକ୍ଷଣତା ବଳରେ ପାରାଦୀପ ଆସନରେ ପୁଅ ସମ୍ବିତଙ୍କୁ ବିଜେଡି ଟିକେଟ କରାଇବାରେ ଡ. ରାଉତ ପ୍ରମୁଖ ଭୂମିକା ନିଭାଇଥିଲେ। ସମ୍ବିତ ମଧ୍ୟ ଜିତି ଯାଇଥିଲେ। ବଡ଼କଥା ହେଲା, ସମ୍ବିତଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଅରିନ୍ଦମ ନିକଟରେ ବିଜେଡିରେ ମିଶି ଯାଇଛନ୍ତି। ସେତେବେଳେ ସମ୍ବିତଙ୍କୁ ୬୯,୮୭୧, ଅରିନ୍ଦମଙ୍କୁ ୪୮,୮୭୯ ଓ ଭାଜପା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ୩୫,୦୩୭ ଖଣ୍ଡ ଭୋଟ ମିଳିଥିଲା। ଯେହେତୁ ସମ୍ବିତ ଓ ଅରିନ୍ଦମ ଏବେ ବିଜେଡିରେ ଅଛନ୍ତି, ତେଣୁ ଏହି ଦଳ ଦୃଢ଼ ସ୍ଥିତିରେ ରହିଥିବା ଦୃଶ୍ୟମାନ ହେଉଛି। କିନ୍ତୁ ସମୀକରଣ କିଛି ନୂଆ କହୁଛି। ୨୦୧୯ ନିର୍ବାଚନ ପରଠାରୁ ଅରିନ୍ଦମ ଦଳୀୟ କାର୍ଯ୍ୟକ୍ରମ ଓ କର୍ମୀଙ୍କଠାରୁ ଦୂରେଇ ରହୁଥିଲେ। ତେଣୁ ଅରିନ୍ଦମ ଦଳ ଛାଡ଼ିବା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇ ନ ଥିବା କେତେଜଣ କଂଗ୍ରେସ ନେତା କହୁଛନ୍ତି। ସେହିପରି ଗତ ପ୍ରାୟ ୪ ବର୍ଷ ହେଲା ବିଜେଡିର ସାଙ୍ଗଠନିକ ଦକ୍ଷତା ବୃଦ୍ଧିରେ ଅନ୍ତର୍ଦ୍ୱନ୍ଦ୍ୱ ଅନ୍ତରାୟ ସୃଷ୍ଟି କରିଛି। ଗୋଟିଏ ପଟେ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ, ଅନ୍ୟପଟେ ଅରିନ୍ଦମଙ୍କ ନୀରବତା ଯୋଗୁ ଭାଜପା ନେତା ସମ୍ପଦ ପାରାଦୀପର ଭୋଟରଙ୍କ ନିକଟତର ହେବାର ସୁଯୋଗ ପାଇଛନ୍ତି। ଏବେ ସମ୍ବିତଙ୍କ ସ୍ତ୍ରୀ ଗୀତାଞ୍ଜଳି ବିଜେଡି ଟିକେଟ ପାଇଥିଲେ ସୁଦ୍ଧା ଏହାକୁ ଦଳର ଅସନ୍ତୁଷ୍ଟମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଦାମୋଦର ରାଉତ, ତାଙ୍କ ପୁଅ ୪୦ ବର୍ଷ ଧରି ନିର୍ବାଚନମଣ୍ଡଳୀରେ କ୍ଷମତା ଉପଭୋଗ କରି ଚାଲିଥିବାବେଳେ ଏବେ ବୋହୂଙ୍କୁ ବିଧାୟକ ଟିକେଟ ମିଳିବା ବିଜେଡିର ଅନେକ ନେତାଙ୍କୁ ଅସହ୍ୟ କଷ୍ଟ ଦେଇଛି। ଏଣେ ଅରିନ୍ଦମ କଂଗ୍ରେସ ଛାଡି ବିଜେଡି ଟିକେଟ ପାଇବେ ବୋଲି ଆଶା ରଖି ନିରାଶ ହୋଇଛନ୍ତି। ଯଦିଓ ତାଙ୍କ ସ୍ତ୍ରୀ ମୋନିଦୀପାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି, କିନ୍ତୁ ସେ ଏଥିରେ କେତେ ସନ୍ତୁଷ୍ଟ ତାହା ସମୟ କହିବ। ଏ ପରିସ୍ଥିତିରେ ବିଜେଡି ପ୍ରାର୍ଥୀ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର। ଅପରପକ୍ଷରେ କଂଗ୍ରେସର ନୂଆ ନେତା ବବୁଲ୍‌ ଯେବେଠାରୁ ନିର୍ବାଚନମଣ୍ଡଳୀରେ ଦଳର ମଙ୍ଗ ଧରିଛନ୍ତି, ସେବେଠାରୁ ସେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରି ଚାଲିଛନ୍ତି। ଯେହେତୁ ଆର୍ଥିକସ୍ତରରେ ସେ ଦୁର୍ବଳ ନୁହନ୍ତି, ତେଣୁ ଅନେକ ନେତା ଓ କର୍ମୀ ତାଙ୍କ ସହ ଯୋଡ଼ିହେବାରେ ଅସୁବିଧା ହେଉନାହିଁ। ଶାସକ ବିଜେଡି ଓ ଭାଜପା ପ୍ରାର୍ଥୀଦ୍ୱୟଙ୍କ ପାଇଁ ଅର୍ଥ ବଳ ସାଜିଥିବା ବେଳେ ବବୁଲ ସେମାନଙ୍କୁ କେତେ ପରିମାଣରେ ଟକ୍କର ଦେଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri