ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ଲୋକ ସଭା ଓ କିଛି ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏହି ଦୌଡ଼ରୁ ପଛରେ ପଡ଼ିଛି କଂଗ୍ରେସ। ବିଜେଡି ଓ ଭାଜପା ମାପିଚୁପି ପ୍ରାର୍ଥୀ ଘୋଷଣା କରୁଥିବା ବେଳେ ଅବଶିଷ୍ଟ ଆସନ ପାଇଁ ଆଶାୟୀ ଥିବା ନେତାମାନେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହୁଛନ୍ତି। ଫଳରେ ରାଜନୀତି ମଇଦାନରେ ପ୍ରାର୍ଥୀ ଓ କର୍ମୀଙ୍କ ଗହଳି ଫିକା ପଡ଼ିଛି ା ଟିକେଟ ପ୍ରଦାନକୁ ନେଇ ଭାଜପା- ବିଜେଡି ମାନସ ମନ୍ଥନ କରୁଥିବା ବେଳେ କଂଗ୍ରେସ ଦଳ ଡିଅଁାଙ୍କୁ ଆପଣେଇବା ସୁଯୋଗ ଅପେକ୍ଷାରେ ରହିଛି।
ମୟୂରଭଞ୍ଜ ଜିଲାର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଚାଲୁ ରହିଛି ା ପ୍ରଥମ ପର୍ଯ୍ୟାୟରେ ଭାଜପା ପକ୍ଷରୁ ଲୋକସଭା ଓ ୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ମଧ୍ୟ ଲୋକସଭା ସମେତ ୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନଁା ଘୋଷଣା କରିଛି। ଅବଶିଷ୍ଟ ଆସନଗୁଡ଼ିକ ପାଇଁ ଅଙ୍କକଷା ଜାରି ରହିଥିବା ବେଳେ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଅନ୍ୟପକ୍ଷରେ ନିର୍ବାଚନ ଯେତେ ପାଖେଇ ଆସୁଛି ଆଶାୟୀଙ୍କ ଚିନ୍ତା ସେତେ ବଢ଼ି ବଢ଼ିି ଚାଲିଛି। ଦଳୀୟ ଟିକେଟ ନ ମିଳିଲେ କେତେଜଣ ଆଶାୟୀ ଦଳ ଡେଇଁବା ପାଇଁ ସଜବାଜ ଚଳାଇଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ଧରି ଦଳରେ ରହିଥିବା ନେତାମାନେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥାନ୍ତି। ଦଳୀୟ ଟିକେଟ ନ ମିଳିଲେ ଶକ୍ତି ପ୍ରଦର୍ଶନ କରି ଦଳ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାନ୍ତି। ଏପରି ସ୍ଥଳେ ଦଳୀୟ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳକୁ ଏଡ଼ାଇବା ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ରାଜନୈତିକ ଦଳଗୁଡ଼ିକ ଟିକେଟ ଦେବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିବାଦୀୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଦଳର ବରିଷ୍ଠ ନେତାମାନେ ବିଚାର ବିମର୍ଶ ଚଳାଇଛନ୍ତି। ଭାଜପା ପକ୍ଷରୁ ଟିକେଟ ପ୍ରଦାନରେ ବିବାଦ ଓ ଦଳୀୟ କନ୍ଦଳ ଳାଗି ରହିଥିବା ଦେଖିବାକୁ ମିଳୁଛି। ତେବେ ଟିକେଟରୁ ବଞ୍ଚତ୍ତ କେତେଜଣ ଆଶାୟୀ ଦଳ ପରିବର୍ତ୍ତନ କରିବା ମସୁଧାରେ ଥିବା ବେଳେ ଆଉ କେତେଜଣ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି। ତେବେ ଭାଜପା ଓ ବିଜେଡି ପକ୍ଷରୁ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଟିକେଟରୁ ବଞ୍ଚତ୍ତ ଆଶାୟୀ ଦଳ ଛାଡ଼ିବା ନେଇ ଜଳଜଳ ଦିଶିଲାଣି। ଏହି ସୁଯୋଗକୁ କଂଗ୍ରେସ ହାତଛଡା ନ କରିବା ପାଇଁ ଜିଲାର କୌଣସି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ନ ଥିବା ଆଲୋଚନା ହେଉଛି। ତେବେ ଟିକେଟରୁ ବଞ୍ଚତ୍ତ ହେଲେ ମୋଟା ଅଙ୍କର ଅର୍ଥ ହାତେଇବା ପାଇଁ କେତେଜଣ ନେତା ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରି ପରେ ଓହରିଯିବା ଓ ଦଳୀୟ ପ୍ରାର୍ଥୀଙ୍କ ପଟେ ରହିବାକୁ ମସୁଧା ଚଳାଇଥିବା ମଧ୍ୟ ଆଲୋଚନା ହେଉଛି। ତେବେ ଜିଲାର ସ୍ବାର୍ଥ ଓ ବିକାଶ ଦିଗରେ ସମର୍ପଣ ଭାବ ନ ଥିବା ପ୍ରାର୍ଥୀ ନିଜ ସ୍ବାର୍ଥ ପାଇଁ ନିର୍ବାଚନ ନଁାରେ ରୋଜଗାର କରିବା ଆଶାରେ ଏପରି ହୀନ ରାଜନୀତି କରିବା ମସୁଧାକୁ ଭୋଟରମାନେ ନାପସନ୍ଦ କରିଛନ୍ତି। ଏଭଳି ପ୍ରାର୍ଥୀଙ୍କ ପ୍ରତି ଭୋଟର ସଚେତନ ରହି ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ରାଜନୈତିକ ବିଷାରଦମାନେ ମତବ୍ୟକ୍ତ କରିଛନ୍ତି।

Share