Categories: ଜାତୀୟ

କଂଗ୍ରେସ ଫିଲ୍ମ ‘କେରଲା ଷ୍ଟୋରି’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହେଁ କିନ୍ତୁ ବିବିସି ଡକ୍ୟୁମେଣ୍ଟାରୀକୁ ନିଷିଦ୍ଧ କରୁବାକୁ ଚାହେଁନି: ହିମନ୍ତ ବିଶ୍ୱ ଶର୍ମା

ବେଙ୍ଗାଲୁରୁ,୬।୫: ଫିଲ୍ମ ‘କେରଲା ଷ୍ଟୋରି’ ରିଲିଜ୍‌ ହୋଇସାରିଥିଲେ ବି ଏହାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମକୁ ନେଇ ଭାଜପା କଂଗ୍ରେସ ମଧ୍ୟରେ କାଦୁଆଫିଙ୍ଗା ରାଜନୀତି ଚାଲିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାରେ ଅଛି।
କର୍ନାଟକ ନିର୍ବାଚନ ରାଲିରେ ଏହି ଫିଲ୍ମର ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତିି ଯେ, ଏହି ଫିଲ୍ମ ବହୁତ ଜିନିଷରୁ ପରଦା ଉଠାଇଛି। ମୋଦିଙ୍କ ଉପରେ ମିଥ୍ୟା ଆରୋପ କରି ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ କଂଗ୍ରେସ ସମର୍ଥନ କରିଥିଲା, କିନ୍ତୁ ଆଜି ‘କେରଲା ଷ୍ଟୋରି’ ଉପରେ କଂଗ୍ରେସ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛି।
କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ପାଇଁ ଜାରି କରିଥିବା ଇସ୍ତାହାର ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ବଜରଙ୍ଗ ଦଳ କଣ ବୋମା ବିସ୍ପୋରଣ କରୁଛି? ତେବେ ଦଳ ଉପରେ ପ୍ରତିବନ୍ଧକ କାହିଁକି ଲଗାଯିବ? ଆପଣଙ୍କର ପିଏଫ୍‌ଆଇ ସହ କଣ ବନ୍ଧୁତ୍ୱ ଅଛିି ଯେ ଆପଣ ସେମାନଙ୍କ ମୁଖପାତ୍ର ପରି କାର୍ଯ୍ୟ କରୁଛନ୍ତି।

 

Share