Categories: ଜାତୀୟ

କର୍ନାଟକରେ କଂଗ୍ରେସର ଲହର, ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ: ଗେହଲୋଟ…

ବେଙ୍ଗାଲୁରୁ,୨।୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କନର୍ର୍ାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେ ଟୁଇଟ କରି କହିଛନ୍ତି, ମୁଁ କର୍ନାଟକରେ ଏକ କଂଗ୍ରେସ ଲହର ଦେଖୁଛି, କାରଣ ଲୋକମାନେ ଭଜାପାର ମନଗଢ଼ା କଥା ଦ୍ୱାରା ଅସନ୍ତୁଷ୍ଟ ହୋଇଯାଇଛନ୍ତି। ସେମାନେ ଏକ ଦଳ ଚାହାଁନ୍ତି ଯାହାକୁ ସେମାନେ ବିଶ୍ୱାସ କରିପାରିବେ। ସମାନ ସ୍ଥିତି କର୍ନାଟକ ଏବଂ ରାଜସ୍ଥାନର ରହିଛି।

ମାଙ୍ଗାଲୁରୁରେ ସାଧାରଣ ସଭାକୁ ସମ୍ବୋଧିତ କରି ସେ ବେଙ୍ଗାଲୁରୁରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସ ୟୁନିଟ ମୁଖ୍ୟ ଗୋବିନ୍ଦ ସିଂ ଦୋଟାସରା ବେଙ୍ଗାଲୁରୁର ଗାନ୍ଧିନଗରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଦୋଟାସରା କହିଛନ୍ତି, କର୍ନାଟକକୁ ଲୁଟ କରିଥିବା ଭାଜପାର ଦୁର୍ନୀତି ମଡେଲ ବିରୋଧରେ ଜନସାଧାରଣ ନିଷ୍ପତ୍ତି ନେଇଛନ୍ତି। କର୍ନାଟକର ଲୋକମାନେ ଭାଜପାର ବିଶ୍ୱାସଘାତକତା ବିରୋଧରେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଯାଉଛନ୍ତି। ଗାନ୍ଧିନଗରରେ କଂଗ୍ରେସ ପ୍ରାର୍ଥୀ ଦୀନେଶ ଗୁଣ୍ଡୁରାଓଙ୍କ ସମର୍ଥନରେ ଦୋଟାସରା ଏହି ରାଲିରେ ସମ୍ବୋଧିତ କରିଥିଲେ।

ଏହାପୂର୍ବରୁ ସିଏମ ଗେହଲୋଟ ବେଙ୍ଗାଲୁରୁରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ରାଜସ୍ଥାନର ଅନେକ ଜନ କଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ସମେତ ରାଜସ୍ଥାନର ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବାକୁ କଂଗ୍ରେସ ଯୋଜନା କରିଛି। ଏହି ଯୋଜନାଗୁଡିକ ସମଗ୍ର ଦେଶରେ ଅନନ୍ୟ।

Share