Categories: ଜାତୀୟ

ଚାଇନାକୁ ଜମି ଦେଇ ହିନ୍ଦୀ ଚୀନି ଭାଇ-ଭାଇ କହିଥିବା କଂଗ୍ରେସ, ପ୍ରଥମେ ନିଜକୁ ଦେଖୁ: ରାହୁଲଙ୍କୁ ଆଇନା ଦେଖାଇଲେ ସିନ୍ଧିଆ…

ନୂଆଦିଲ୍ଲୀ,୨୦।୮ : ଭାରତ ସହ ଚାଇନା ସୀମା ବିବାଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହା ଚିନ୍ତାର ବିଷୟ ଚାଇନା ଲଦାଖର ଲୋକଙ୍କ ଜମି ଛଡ଼ାଇ ନେଇଛି, ଏଠାରେ ଥିବା ଲୋକେ କହିଛନ୍ତି ଚାଇନା ସେନା ଆମ ଅଞ୍ଚଳରେ ପ୍ରବେଶ କରି ଆମ ଚାରଣ ଜମି ଛଡ଼ାଇ ନେଇଛନ୍ତି।

କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏପରିକି ଏକ ଇଞ୍ଚ ଜମି ମଧ୍ୟ ନିଆଯାଇ ନାହିଁ। ଏହା ଠିକ ନୁହେଁ, ଏଠାରେ ଯାହାକୁ ପଚାରିଲେ ସମାନ ଉତ୍ତର ମିଳିବ। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିରେ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।

କଂଗ୍ରେସକୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ କହିଛନ୍ତି ‘ହିନ୍ଦୀ ଚୀନି ଭାଇ-ଭାଇ’ର ସ୍ଲୋଗାନ ଦେଇ ଚାଇନାକୁ ୪୫ ହଜାର ବର୍ଗ କିଲୋମିଟର ଜମି ଦେଇଥିବା କଂଗ୍ରେସ ପ୍ରଥମେ ନିଜକୁ ଦେଖିବା ଉଚିତ।

ରାହୁଲ ଗାନ୍ଧୀଙ୍କ ଚାଇନା ବିବୃତ୍ତି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି ରାହୁଲ ଗାନ୍ଧୀ ନିଜେ ଲଦାଖ ଗସ୍ତରେ ଯାଇ କିଛି ସତ୍ୟ ଦେଖିଛନ୍ତି ଏବଂ କଂଗ୍ରେସ ଅନେକ ଥର କହିଛି ଚାଇନା ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଉପରେ ଅତିକ୍ରମଣ କରିଛି। ଏପରିସ୍ଥଳେ ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଚାଇନାକୁ ଇଞ୍ଚେ ବି ଜମି ଦିଆଯିବ ନାହିଁ। କିନ୍ତୁ ସେମାନେ ଆମ ଜମି ଦଖଲ କରିସାରିଛନ୍ତି।

Share