Categories: ଜାତୀୟ

ଏମପି ଫର୍ମୂଲାରେ ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୭।୧୨ : ମଧ୍ୟପ୍ରଦେଶ(ଏମପି)ରେ ବିଧାନସଭା ନିର୍ବାଚନରେ ଆପଣେଇଥିବା ରାଜନୈତିକ ଫର୍ମୂଲାରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଳଢ଼ିବାକୁ ଯୋଜନା କରିଛି। ଏନେଇ ପ୍ରମୁଖ ରଣନୀତି ପ୍ରସ୍ତୁତ କରାଯାଉଛି। କେବଳ ଜାତି ସମୀକରଣ ଦୃଷ୍ଟିରୁ ନୁହେଁ ବରଂ ବୟସ ଦୃଷ୍ଟିରୁ ଯୁବବର୍ଗମାନଙ୍କୁ ସୁଯୋଗ ଦେବା ପାଇଁ ପାର୍ଟିରେ ବିଚାର ବିମର୍ଷ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ କିଛି ସମୟ ମଧ୍ୟରେ କଂଗ୍ରେସ ପାର୍ଟି ଦେଶର ବିଭିନ୍ନ ବଡ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିରେ ରାଜ୍ୟ ସଭାପତିଙ୍କ ସହ ଗଠନ ହେବାକୁ ଥିବା ରାଜ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ରରେ ସମସ୍ତ ରାଜନୈତିକ ସମୀକରଣକୁ ସଜାଡ଼ିବାକୁ ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜନୈତିକ ରଣନୀତି ଆପଣାଇବା ପାଇଁ ରବିବାର ଦିନ ଦଳର ପ୍ରମୁଖ ଅଧିକାରୀଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ନିବ;ାଚନରେ ହାରିଯିବା ପରେ ମଧ୍ୟପ୍ରଦେଶ ପାଇଁ ଦଳ ସବୁଠାରୁ ବଡ ନିଷ୍ପତ୍ତି ନେଇଛି। ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ରାହୁଲ ଗାନ୍ଧୀ ଲଗାତାର ଥିଲେ। ଜାତିର ସମୀକରଣ ଏବଂ ବୟସକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ଦଳର ନେତୃତ୍ୱ କିପରି ବଦଳାଇଥିଲା, ତାହା ବର୍ତ୍ତମାନ ରାଜ୍ୟରେ ଭବିଷ୍ୟତ ପାଇଁ ବାଟ ଖୋଲିଛି। ମଧ୍ୟପ୍ରଦେଶର ନେତୃତ୍ୱରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋଚନା ବୈଠକରେ ହେବା ସହିତ ନିଷ୍ପତ୍ତି ନିଆଯାଇଛି ସମସ୍ତ ରାଜ୍ୟରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ଉପରେ ଅଧିକ ଗୁରୁତ୍ୱାରୋପ କରାଯିବା ଉଚିତ।

କେବଳ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ନୁହେଁ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସହିତ ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ ଏବଂ ଜମ୍ମୁ-କଶ୍ମୀର ସମେତ ଦଳର ସମସ୍ତ ଦୁର୍ବଳ କ୍ଷେତ୍ରରେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯିବ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ସବୁ ରାଜ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ପାଇଁ ଦଳ କହିଛି।

Share