Categories: ଜାତୀୟ

‘ମୋଦିଙ୍କ ଚିନ୍ତାଧାରାକୁ ସଫଳ ହେବାକୁ ଦେବୁନି’

ନୂଆଦିଲ୍ଲୀ, ୧୦।୮: ଦେଶକୁ ଭାଗ ଭାଗ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ବିରୋଧରେ ମୁଁ ଓ କଂଗ୍ରେସ ଲଢ଼େଇ ଜାରି ରଖିବ। ଆମକୁ ପାର୍ଲାମେଣ୍ଟରେ କୃଷକ ଆଇନ, ଗୁପ୍ତଚରଗିରି (ପେଗାସସ୍‌), ଦୁର୍ନୀତି, ରାଫାଲ ଚୁକ୍ତି ଓ ବେକାରୀ ସମସ୍ୟା ଉପରେ କହିବାକୁ ସୁଯୋଗ ଦିଆଯାଉ ନାହିଁ। ଏଭଳି କଡ଼ା ଶବ୍ଦରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଜମ୍ମୁ-କଶ୍ମୀର ଗସ୍ତରେ ଥିବା ରାହୁଲ ମଙ୍ଗଳବାର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଦେଶର ଗଣମାଧ୍ୟମର ସ୍ବରକୁ ଚାପି ଦିଆଯାଉଛି। ସେମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଆଯାଉ ନାହିଁ। ଚାକିରି ଭୟରେ ଖବରଦାତାମାନେ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁନାହାନ୍ତି। ମୁଁ ଭୟ ଓ ଘୃଣା ବିରୋଧରେ ଲଢ଼େଇ କରୁଛି। କଂଗ୍ରେସ ଓ ଅନ୍ୟ ଦଳ ମଧ୍ୟରେ ଫରକ ହେଲା ଆମେ କାହାକୁ ଘୃଣା କରୁ ନାହିଁ। ଆମେ ହିଂସାରେ ବିଶ୍ୱାସ କରୁ ନାହିଁ। କଂଗ୍ରେସ ଶାନ୍ତି ଓ ପ୍ରେମର ଏକ ସୈନ୍ୟ ଭଳି।

Share