Categories: ଜାତୀୟ

ୟୁପିରେ ଏକକ ସଂଖ୍ୟାରେ ସୀମିତ ରହିବ କଂଗ୍ରେସ

ନୂଆଦିଲ୍ଲୀ,୩।୧: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଭାଜପା ସହଜରେ ଜିତିବ। ଆଉ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଇତିହାସରେ ୧୯୮୫ଠାରୁ କୌଣସି ମୁଖ୍ୟମନ୍ତ୍ରୀ ଲଗାତାର ଦ୍ୱିତୀୟ ଥର ଜିତି ପାରିନାହାନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପୂର୍ବ ଥର ଭଳି ଏଥର ମଧ୍ୟ ଏକକ ସଂଖ୍ୟାରେ ସୀମିତ ରହିବ। ଟାଇମ୍ସ ନାଓ ନବଭାରତ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଭାଜପାକୁ ଆଗାମୀ ନିର୍ବାଚନରେ ୨୩୦ରୁ ୨୪୯ ସିଟ୍‌ ମିଳିବ ବୋଲି ଦର୍ଶାଯାଇଛି।

ମୋଟ ୪୦୩ ବିଧାୟକଙ୍କ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟକୁ ୧୩୭ରୁ ୧୫୨ ସିଟ୍‌ ମିଳିପାରେ। ସପା ଓ କଂଗ୍ରେସ ନିର୍ବାଚନ ଦୌଡ଼ରେ ନ ଥିବା ଉକ୍ତ ସର୍ଭେରେ ଦର୍ଶାଯାଇଛି। ବିଏସ୍‌ପିକୁ ୯ରୁ ୧୪ ମିଳିପାରେ, ଯାହାକି ତିନି ଦଶନ୍ଧିରେ ସର୍ବନିମ୍ନ ହେବ। କଂଗ୍ରେସ ପୂର୍ବ ଥର ଭଳି ଏଥର ମଧ୍ୟ ଏକକ ସଂଖ୍ୟାରେ ସୀମିତ ରହିବ। ଦଳ ୨୦୧୭ରେ ମଧ୍ୟ ଦୁଇ ଅଙ୍କ ସଂଖ୍ୟା ଦେଖିବାକୁ ପାଇ ନ ଥିଲା।

ଭାଜପା ମେଣ୍ଟକୁ ମୋଟ ଭୋଟ ସଂଖ୍ୟାର ୩୮.୭ ପ୍ରତିଶତ ମିଳିବ। ଏହା ୨୦୧୭ ନିର୍ବାଚନ ଅପେକ୍ଷା ୩ ପ୍ରତିଶତ କମ। ସପା ମେଣ୍ଟକୁ ୩୪.୪ % ଭୋଟ ଅଂଶ ମିଳିପାରେ, ଯାହାକି ପୂର୍ବ ତୁଳନାରେ ଢ଼େର ଅଧିକ।

Share