Categories: ଜାତୀୟ

‘ରାଜସ୍ଥାନରେ କଂଗ୍ରେସ ହାରିବ’

ଜୟପୁର,୨୫ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଜୟପୁରରେ ‘ପରିବର୍ତ୍ତନ ସଙ୍କଳ୍ପ ମହାସଭା’ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗେହଲଟ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜସ୍ଥାନର ୫ ବର୍ଷ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ; ରାଜସ୍ଥାନରେ କଂଗ୍ରେସ ହାରିଯିବ ଏବଂ ରାଜ୍ୟ ଭାଜପାକୁ ଭୋଟ ମିଳିବ। ଚନ୍ଦ୍ରୟାନ-୩, ଜି -୨୦, ନୂତନ ସଂସଦ ଭବନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ମହିଳା ସଂରକ୍ଷଣ ବିଲ୍‌ କିଏ ଆଣିଛି? ସେ କହିଛନ୍ତି, ମୁଁ କିଛି କରି ନାହିଁ। ଆପଣଙ୍କର ଗୋଟିଏ ଭୋଟ୍‌ ପରିବର୍ତ୍ତନ ଆଣିଛି।’ ୩୦ ବର୍ଷ ପୂର୍ବେ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍‌ ଆଣିପାରିଥାନ୍ତା। କିନ୍ତୁ ଏହା କେବେ ହୋଇ ନ ଥିଲା କାରଣ କଂଗ୍ରେସ ଏହା ଚାହୁଁ ନ ଥିଲା। ରାଜସ୍ଥାନର ମୋର ଭଉଣୀମାନେ ଏହାକୁ ସର୍ବଦା ମନେରଖନ୍ତୁ ଏବଂ ସାବଧାନ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share