Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ସଜାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ନୂଆଦିଲ୍ଲୀ,୨୪ ।୩: କଂଗ୍ରେସ ମାନହାନିର ଏକ ମାମଲାକୁ ନେଇ ସୁରଟ କୋର୍ଟଙ୍କ ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦୁଇ ବର୍ଷ ଜେଲ ଦଣ୍ଡ ସଜାର ଶୁଣାଣିକୁ ନେଇ ଆଇନଗତ ଲଢେଇ ଲଢିବା ସହ ଏହାକୁ ଏକ ବଡ ରାଜନୈତିକ ପସଙ୍ଗ କରି ବିରୋଧିଙ୍କୁ ଏକାଠି କରି ଜନତାଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ରାହୁଲ ଗାନ୍ଧୀଙ୍କ ସଜାକୁ ନେଇ କଂଗ୍ରେସ ଅନ୍ୟ ବିରୋଧି ଦଳଙ୍କ ସହ ମିଶି ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବ ବୋଲି ନିଷ୍ପତ୍ତି ନେଇଛି । ମୁଖ୍ୟ ବିରୋଧି ଦଳ କଂଗ୍ରେସ କୋର୍ଟଙ୍କ ନିଷ୍ପତ୍ତି ପରେ ଖୁବଶୀଘ୍ର ଏକ ଜନ ଆନ୍ଦୋଳନ ଘୋଷଣା କରି କହିଛି ଯେ ଏହା କେବଳ ଆଇନଗତ ନୁହେଁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଦଳ ଏହା ବିରୋଧରେ ଲଢେଇ କରିବ ।

ସୂଚନାଯୋଗ୍ୟ, କୋର୍ଟଙ୍କ ରାୟ ପରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘରେ କଂଗ୍ରେସର ବରିଷ୍ଠ ନେତା ଓ ଏମପିମାନେ ଏକ ବୈଠକ କରିଥିଲେ । ବୈଠକରେ ପ୍ରାୟ ଏକ ଘଣ୍ଟାର ବିଚାର ବିମର୍ଷ ପରେ ଶୁକ୍ରବାର ବିଜୟ ଚୌକରେ ବିରୋଧି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।

Share