Advertisement
Categories: ଜାତୀୟ

ମତ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା: ପିଏମ୍‌ ପଦ ପାଇଁ ଦେଶର ସବୁଠୁ ବଡ଼ ଦଳକୁ ମିଳୁ ସୁଯୋଗ

ନୂଆଦିଲ୍ଲୀ,୧୭।୫: ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଇଥିବା ବୟାନକୁ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌। ଗୁରୁବାର କେନ୍ଦ୍ରରୁ ଏନଡିଏକୁ ହଟାଇବା ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦକୁ ‘ତ୍ୟାଗ’ କରିପାରିବ ବୋଲି ସେ କହିଥିଲେ। ତାଙ୍କ ଲକ୍ଷ୍ୟ ଏନଡିଏକୁ ସରକାର ଗଠନରୁ ରୋକିବା। କିନ୍ତୁ ବର୍ତମାନ ସେ ନିଜର ବୟାନକୁ ବଦଳାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ, ଏହି କଥା ସମ୍ପୁର୍ଣ୍ଣ ମିଥ୍ୟା। ସେ କହିଛନ୍ତି, କଂଗ୍ରେସ ଦେଶର ପୁରୁଣା ରାଜନୈତିକ ଦଳରୁ ଗୋଟିଏ। ଆଗାମୀ ୫ ବର୍ଷ ସରକାର ଚଳାଇବା ପାଇଁ ସବୁଠାରୁ ବଡ଼ ଦଳ କଂଗ୍ରେସକୁ ସୁଯୋଗ ଦିଆଯିବା ଦରକାର ବୋଲି ଗୁଲାମନବୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share