Categories: ଜାତୀୟ

ଆସାମ ବିଧାନସଭା ନିର୍ବାଚନ: ୩ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଗୁଆହାଟୀ,୮ ।୩: ସାରା ଦେଶରେ ବେଳକୁ ବେଳ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇ ଚାଲିଥିବା ବେଳେ ଏବେ ଏହାକୁ ସଜାଡିବାକୁ ପ୍ରୟାସ କରୁଛି ଦଳ । ରବିବାର ଆସାମ ବିଧାନସଭା ନିର୍ବାଚନର ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେଗୁଡିକ ହେଲା ତିତାବର, ଧକୁଅଖାନ ଓ ନୌବିଖା । ଏଠାରେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସୂଚନାଯୋଗ୍ୟ, ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪୭ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । କଂଗ୍ରେସ ଶନିବାର ଏହି ୪୭ ଆସନ ମଧ୍ୟରୁ ୪୦ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ପ୍ରାୟ ୬ ଦଳ ସହ ମେଣ୍ଟ କରିଛି ।

Share