Categories: ଜାତୀୟ

‘କଂଗ୍ରେସ ଚୁପ୍‌ ବସିବ ନାହିଁ’

ନୂଆଦିଲ୍ଲୀ,୨୭।୯: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କମଲ ନାଥ କହିଛନ୍ତି ଯେ, କେନ୍ଦ୍ରରେ କୃଷକ ବିରୋଧୀ ସରକାର ମୂକ ଓ ବଧିର ଅଟନ୍ତି। ଏବେ ସୁଦ୍ଧା ୬୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହା ସତ୍ତ୍ୱେ ଏହି ସରକାର ଏକଛତ୍ରବାଦୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ ଚାଷୀଙ୍କୁ ଦମନ କରୁଛନ୍ତି। କୃଷି ନିୟମଗୁଡିକ ଫେରାଇ ନେଉନାହିଁ। କଂଗ୍ରେସ ଦଳ କୃଷକଙ୍କ ସହ ଅଛି, ପ୍ରତ୍ୟେକ ସଂଗ୍ରାମରେ ସେମାନଙ୍କ ସହ ଛିଡା ହୋଇଛି। କଂଗ୍ରେସ ଚୁପ ବସିବ ନାହିଁ, ଏହି ପ୍ରସଙ୍ଗରେ ଚାଷୀଙ୍କ ସହ ରାସ୍ତାରେ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।

Share