Categories: ଜାତୀୟ

କଂଗ୍ରେସ କ୍ଷମତାକୁ ଆସିବା ପରେ ଦୁର୍ନୀତିର ପ୍ରମାଣ ଦେବ…

ଇନ୍ଦୋର,୧୩।୮ : ମଧ୍ୟପ୍ରଦେଶ ସରକାରରେ ଦୁର୍ନୀତି ଅଭିଯୋଗରେ ଦଳର ନେତା ଇନ୍ଦୋର ପୋଲିସ ଥାନାରେ ପ୍ରିୟଙ୍କା ଗାନ୍ଧୀ ଏବଂ କମଲ ନାଥଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଥିଲା। କଂଗ୍ରେସ ନେତା ରସିଦ ଅଲଭି ଦାବି କରିଛନ୍ତି ରାଜ୍ୟରେ ଦୁର୍ନୀତି ଘଟୁଛି, ଯଦି ମୁଖ୍ୟମନ୍ତ୍ରୀ ପ୍ରମାଣ ଚାହୁଁଛନ୍ତି, ତେବେ ତାଙ୍କୁ ଦୁଇ ତିନି ମାସ ଅପେକ୍ଷା କରିବାକୁ ପଡ଼ିବ। କାରଣ ସେତେବେଳକୁ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିସାରିଥିବ। କଂଗ୍ରେସ କ୍ଷମତାକୁ ଆସିବା ପରେ ଦୁର୍ନୀତିର ପ୍ରମାଣ ଦେବ।

କଂଗ୍ରେସ ସରକାର ଆସିଲେ, ଉପଯୁକ୍ତ ପ୍ରମାଣ ଦିଆଯିବ ଏବଂ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଦୁର୍ନୀତିଗ୍ରସ୍ତ ଭାଜପା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭୟଭୀତ କରିଛି। ଯେତେବେଳେ କି, ରାଷ୍ଟ୍ରୀୟ ଜନତା ଦଳ ଏମପି ମନୋଜ ଝା କହିଛନ୍ତି, ଭାଜପା ପାଖରେ ଆଉ କିଛି ପ୍ରସଙ୍ଗ ନାହିଁ। ପୂର୍ବରୁ ସେମାନେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଇଡି ବ୍ୟବହାର କରୁଥିଲେ, ବର୍ତ୍ତମାନ ସେମାନେ ଏଫଆଇଆର୍‌ ପଞ୍ଜିକରଣ କରୁଛନ୍ତି। ସେମାନେ କେବଳ ବିରୋଧୀ ଦଳଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି।

Share