Categories: ଜାତୀୟ

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ଶର୍ଟ: ଦାମ ରହିଛି…

ନୂଆଦିଲ୍ଲୀ,୨୭।୧ : କଂଗ୍ରେସ ଶନିବାର କହିଛ ୨୦୨୪ଲୋକସଭା ନିର୍ବାଚନ ପୂର୍ବର କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ମାର୍କ ଅତିକ୍ରମ କରିବାକୁ ଆଶା ରଖାଯାଇଛି। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଡିସେମ୍ବର ୧୮ ରେ ଦଳ ଆରମ୍ଭ କରିଥିବା ଅନଲାଇନ ଦାନ ଅଭିଯାନ ଶନିବାର ଦୁଇ ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ଆୟ କରିଛି। ପାର୍ଟି ଫଣ୍ଡ ସଂଗ୍ରହ ଅଭିଯାନ ମାଧ୍ୟମରେ ପୂର୍ବରୁ ୧୭ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହା ଏବେ ୨୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

କ୍ରାଉଡ ଫଣ୍ଡ ଅଭିଯାନରେ ନିଆଯାଇଥିବା ନୂତନ ପଦକ୍ଷେପ ବିଷୟରେ ମାକେନ କହିଛନ୍ତି ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରୁଥିବା ବ୍ୟକ୍ତିଙ୍କୁ ଦଳର ଏମପି ରାହୁଲ ଗାନ୍ଧୀଙ୍କ ଦସ୍ତଖତ ହୋଇଥିବା ଟି-ଶର୍ଟ ପ୍ରଦାନ କରାଯିବ। ଦ୍ୱିତୀୟତ ୬୭, ୬୭,୦୦୦ କିମ୍ବା ତା’ଠାରୁ ଅଧିକ ଦାନରେ ଭାରତ ଯୋଡ଼ୋ ନ୍ୟାୟା ଯାତ୍ରା କିଟ ମିଳିବ, ଯେଉଁଥିରେ ଏକ ଦସ୍ତଖତ ହୋଇଥିବା ଟି-ଶର୍ଟ, ବ୍ୟାଜ, ଷ୍ଟିକର ଏବଂ ଏକ ବ୍ୟାଗ ଅନ୍ତର୍ଭୁକ୍ତ ହେବ । ଯେଉଁମାନେ କୌଣସି ଦାନ କରି ନାହାନ୍ତି ସେମାନେ ଦାନ କରିଥିବା ବ୍ୟକ୍ତିଙ୍କ ନାମ ସହିତ ରାହୁଲ ଗାନ୍ଧୀଙ୍କ ଦସ୍ତଖତ ପତ୍ର ପାଇବେ।

 

Share