Categories: ଜାତୀୟ

ଏହି ୪ ରାଜ୍ୟରେ ଚମକାଇବ କଂଗ୍ରେସ, ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏମିତି କହିଲେ ଜୟରାମ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ମହାସଚିବ ଜୟରାମ ରମେଶ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଏକ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କରିଛନ୍ତି କି ୨୦୨୪ ଲୋକ ସଭା ନିର୍ବାଚନରେ ୨୦୦୪ ଭଳି ପରିସ୍ଥିତି ଦେଖିବାକୁ ମିଳିବ। ସେ କହିଛନ୍ତି ଦେଶର କିଛି ରାଜ୍ୟରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ।

ଜୟରାମ ରମେଶ କହିଛନ୍ତି, କଂଗ୍ରେସ ରାଜସ୍ଥାନ, କର୍ନାଟକ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ଭଲ ଫଳାଫଳ କରିବ। ଏହା ବ୍ୟତୀତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଆସାମରେ ଦଳର ସ୍ଥିତିରେ ସୁଧାର ଆସିଛି। ସମାଚାର ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏମିତି ଭବିଷ୍ୟବାଣୀ କରିଛନ୍ତି।

କଂଗ୍ରେସ ନେତା କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ଏଥର ଏକ ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିବ। ଏଥର କଂଗ୍ରେସ ପାର୍ଟି ୨୦ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୪ ପରି ପରିସ୍ଥିତି ଆଡକୁ ଗତି କରୁଛି। ସେ କହିଛନ୍ତି ଯେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଆସାମରେ ଆମେ ଆମର ସ୍ଥିତିକୁ ସୁଦୃଢ କରିବୁ। ପ୍ରଥମ ଦୁଇଟି ପର୍ଯ୍ୟାୟ ପରେ, ଏହା ମୋ ପାଇଁ ସ୍ପଷ୍ଟ ଥିଲା ଯେ ଭାଜପା ଦକ୍ଷିଣରେ ପୋଛି ହୋଇ ଉତ୍ତରରେ ଅଧାକୁ ହ୍ରାସ ପାଇବ।
ସେ ଏକଜିଟ ପୋଲରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏକଜିଟ ପୋଲ ଶୀଘ୍ର ଆସିବ। ମୁଁ ଆପଣଙ୍କୁ କହିବି ୨୦୦୪ରେ ମଧ୍ୟ ଏକଜିଟ ପୋଲ ଏନଡିଏକୁ ବହୁ ସଂଖ୍ୟାରେ ଆସନ ମିଳିବ ବୋଲି ପୂର୍ବାନୁମାନ କରିଥିଲା କିନ୍ତୁ ପ୍ରକୃତ ଫଳାଫଳ ବିପରୀତ ଥିଲା। ୨୦୧୯ରେ କଂଗ୍ରେସ ରାଜସ୍ଥାନରେ ଶୂନ୍ୟ, କର୍ନାଟକ ଏବଂ ମହାରାଷ୍ଟ୍ରରେ ଗୋଟିଏି ସିଟ ପାଇଛି। ୨୦୧୯ରେ, ଅନେକ ରାଜ୍ୟରେ ଭାଜପା ଶିଖରରେ ଥିଲା। ଏପରିକି ନିର୍ବାଚନ ଆୟୋଗ ଭାଜପାକୁ ସେହି ଶିଖର ଅତିକ୍ରମ କରିବାରେ ସାହାଯ୍ୟ କରିବ ନାହିଁ, ଏବେ ଏହାକୁ ତଳକୁ ଖସିବାକୁ ପଡ଼ିବ।

Share