୧୮ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ଚଳିତ ମାସ ୧୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଅଫିସ ଘେରାଉ କରିବ ବ୍ଲକ କଂଗ୍ରେସ କମିଟି। ଏନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଯୋଗେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ର ଯୋଗ ଦେଇ ବ୍ଲକ ଅଫିସଗୁଡ଼ିକରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୋଧରେ ଗର୍ଜିବା ସହିତ ଆସନ୍ତା ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି l ଉକ୍ତ ପ୍ରସ୍ତୁତି ବୈଠକରେ ମୁରଲୀ ନାଏକ, କମଳଲୋଚନ ଗିରି, ପ୍ରଦୀପ ଦାସ, ଅଜୟ ବେହେରା, ଦୁର୍ଗା ମହାନ୍ତ, କୁନା ଗିରି, ମୁନା ପାତ୍ର, ମନ୍ମଥ ସିଂ ପ୍ରମୁଖ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।