Categories: ଜାତୀୟ

ସୋନିଆ ଯୋଗଦେବା ନେଇ ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ

ନୂଆଦିଲ୍ଲୀ,୩୦ା୧୨: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି। ତେବେ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ, ସେନେଇ ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯାଇ ଜଣାଇ ଦିଆଯିବ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬,୦୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ଆଶା କରାଯାଉଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।

Share