Categories: ଜାତୀୟ

ହିମାଚଳ ପ୍ରଦେଶରେ ଭାଜପାକୁ ଝଟକା: ଗୋଟିଏ ଲୋକ ସଭା, ୩ ବିଧାନସଭା ଆସନରେ ବାଜି ମାରିଲା କଂଗ୍ରେସ

ନୂଆଦିଲ୍ଲୀ,୨ ।୧୧: ହିମାଚଳ ପ୍ରଦେଶ ଉପନିର୍ବାଚନ ଫଳାଫଳ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଶକ୍ତ ଝଟକା ଦେଇଛି । ହିମାଚଳ ପ୍ରଦେଶରେ ହୋଇଥିବା ଉପ ନିର୍ବାଚନରେ ମଣ୍ଡି ଲୋକ ସଭା ଆସନ ବ୍ୟତୀତ ଫତେପୁର, ଅରକିଓ ମ୍ବ୍‌ଲ-କୋଟଖାଇ ବିଧାନସଭା ଆସନରେ ପରାଜୟକୁ ସ୍ୱୀକାର କରିଛି ଭାଜପା । ରାଜ୍ୟରେ ୨୦୨୨ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏପଟେ ଭାଜପା ପାଇଁ ଏହି ଫଳାଫଳ ବଡ ଝଟକା ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ରାଜ୍ୟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଉପ ନିର୍ବାଚନ ଭାଜପା ପାଇ ବଡ ଝଟକା ବୋଲି କୁହାଯାଉଛି । ଏପଟେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବା ସମ୍ଭାବନାକୁ ମଜଭୁତ କରିଛି ।

Share