Categories: ରାଜ୍ୟ

ମୂରଲିଧରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

ଭୁବନେଶ୍ୱର,୧୩।୨(ସୁନିତ୍‌ ମିଶ୍ର): କିଛିଦିନ ଧରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଲଗାତାର ଭାବେ ଦଳରେ ବିଭିନ୍ନ କମିଟି ଗଠନଠାରୁ ଆରମ୍ଭ କରି ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା ଅନେକ ନେତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ପ୍ରତ୍ୟାହାର କରାଯାଉଛି। ଏହିକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ନିର୍ଦ୍ଦେଶକ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ପୂର୍ବତନ ଏମ୍‌ପି ମୂରଲୀଧର ଜେନାଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ସେ ଭଦ୍ରକ ଲୋକ ସଭା ଆସନରୁ ୧୯୯୬ରେ ଏମ୍‌ପି ଭାବେ ବିଜୟୀ ହୋଇଥିଲେ।

Share