Categories: ଜାତୀୟ

ଉତ୍ତରାଖଣ୍ଡରେ କଂଗ୍ରେସକୁ ବଡ ଝଟକା

ଡେରାଡୁନ,୧୭ ।୧: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । ନୈନିତାଲର ପୂର୍ବତନ ବିଧାୟିକା ତଥା ମହିଳା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷା ସରିତା ଆର୍ଯ୍ୟ କଂଗ୍ରେସ ଛାଡି ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଭାଜପା ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକ ସରିତାଙ୍କୁ ସେମାବାର ଡେରାଡୁନରେ ଦଳର ସଦସ୍ୟତା ଦେଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବି ଉପସ୍ଥିତ ଥିଲେ ।

Share