Categories: ଜାତୀୟ

କୈଳାସ ବିଜୟଭର୍ଗୀୟଙ୍କ ଗୀତରେ ନାଚିଲେ କଂଗ୍ରେସ କର୍ମୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ଇନ୍ଦୋର,୩୦।୯ : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କଂଗ୍ରେସ କର୍ମୀମାନେ ଭାଜପା ନେତାଙ୍କ ଗୀତରେ ମନ ଭରି ନାଚିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବରିଷ୍ଠ ଭାଜପା ନେତା ତଥା ଇନ୍ଦୋର ବିଧାନସଭା ଆସନ ପ୍ରାର୍ଥୀ କୈଳାସ ବିଜୟଭର୍ଗୀୟଙ୍କ ସମର୍ଥକ ଯାଉଥିଲେ। ସେହି ମାର୍ଗରେ କଂଗ୍ରେସ ଦଳର ଏକ ସଭା ଚାଲିଥିଲା। କୈଳାସ ‘ୟେ ଦେଶ ହୈ ବୀର ଜୱାନ କା’ ଗୀତ ଗାଉଥିଲେ। ଏହି ଗୀତ ଶୁଣି ସଭାରେ ଉପସ୍ଥିତ ଥିବା କଂଗ୍ରେସ କର୍ମୀମାନେ ମଧ୍ୟ ନାଚିବା ଆରମ୍ଭ କରିଥିଲେ।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଗୋଟିଏ ପଟେ କୈଳାସ ଗୀତ ଗାଉଥିବାବେଳେ ଅନ୍ୟ ପଟେ କଂଗ୍ରେସ କର୍ମୀମାନେ ତାଙ୍କ ଗୀତରେ ନାଚୁଥିବାର ଭିଡ଼ିଓ ଦେଖିବାକୁ ମିଳୁଛି। । କଂଗ୍ରେସ କର୍ମୀମାନେ ତାଙ୍କ ଗୀତରେ ନାଚୁଥିବାର ଦେଖି କୈଳାସଙ୍କ ଉତ୍ସାହ ଆହୁରି ବଢ଼ି ଯାଇଥିଲା। ସେ ଗୀତକୁ ପୁଣି ଗାଇବା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁଭାଜପା ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଯେଉଁଥିରେ କୈଳାସ ବିଜୟଭର୍ଗୀୟଙ୍କୁ ଇନ୍ଦୋର -୧ ରୁ ଦଳର ପ୍ରାର୍ଥୀ କରାଯାଇଛି। ନାମ ଘୋଷଣା ପରେ କୈଳାସ ଏବେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଥିଲେ।

Share