ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ଛତ୍ରପୁର,୧୭ା୨(ଦିଲ୍ଲୀପ ସାମଲ): ଭାଜପା ଓ ବିଜେଡିର ଅଘୋଷିତ ମେଣ୍ଟ ପାଇଁ ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା ଧ୍ୱଂସ ହେଉଥିବାରୁ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଓ ବିଜେଡିର ମୁଖିଆ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ କଂଗ୍ରେସ ପକ୍ଷରୁ ଦାହ କରାଯାଇଛି। ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦୀପକ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଭାଜପା ଓ ବିଜେଡିର ଅଘୋଷିତ ମେଣ୍ଟକୁ ଦୃଢ଼ ବିରୋଧ କରିଥିବା ସହିତ ଏମାନଙ୍କ ଠାରୁ ଦେଶ ଓ ରାଜ୍ୟବାସୀଙ୍କୁ ବଞ୍ଚାଇବାର ବର୍ତ୍ତମାନ ଦେଶ ଓ ରାଜ୍ୟବାସୀଙ୍କ ପାଇଁ ସୁଯୋଗ ଆସିଛି ବୋଲି କଂଗ୍ରେସ ନେତା ଓ କର୍ମୀ ଆହ୍ବାନ ଦେଇଥିଲେ। ଏହି ବିକ୍ଷୋଭରେ ରାଜ୍ୟ ଅନୁସୂଚିତ ଜାତି ସେଲ୍‌ର ଜିଲା ସଭାପତି ଭାଗିରଥୀ ବେହେରା, ମିଡିଆ ସେଲ୍‌ ଅଧ୍ୟକ୍ଷ ତତ୍‌ସତ୍‌ ସୁବୁଦ୍ଧି, ପିସିସି ସଂପାଦକ ଶମ୍ଭୁ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, କାଳିଆ ରାଉଳ, ବ୍ରହ୍ମପୁର ଲୋକାଲ ମିଡିଆ ସେଲ୍‌ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ସାଇ ପ୍ରସାଦ, ସନ୍ଦୀପ ଜେନା, ସୁଭାସିନୀ ପଟ୍ଟନାୟକ, ଗଣପତି ବାରିକ, ଭବାନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।