ହାଇଦ୍ରାବାଦ,୧୬।୯: ତେଲେଙ୍ଗାନାରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ କଂଗ୍ରେସ ଓ ଶାସକ ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) କଡା ମୁକାବିଲା ହୋଇପାରେ। ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି। ଏହାର ପ୍ରମାଣ ଶନିବାର କଂଗ୍ରେସର ଓ୍ବାକିର୍ଂ କମିଟି ବୈଠକ ପୂର୍ବରୁ ଦେଖିବାକୁ ମିଳିଛି।
ତେଲେଙ୍ଗାନାର ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ସ୍ଥାନରେ ଉଭୟ ଦଳ ପରସ୍ପର ଉପରେ ପୋଷ୍ଟର ଓ୍ବାର ମାଧ୍ୟମରେ ଟାର୍ଗେଟ କରିଥିବା ନଜର ଆସିଛି।
କାର୍ଯ୍ୟକାରୀ କମିଟି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ କେସିଆର ସରକାରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପୋଷ୍ଟର ମାଧ୍ୟମରେ ଦଳ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋରଦାର ବର୍ଷିଥିଲା। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ଯେଉଁଥିରେ କୁହାଯାଇଛି ଯେ ସରକାରଙ୍କ ଦ୍ୱାରା କମିଶନ ନିଆଯାଉଛି। ପୂର୍ବରୁ ଏହି ପୋଷ୍ଟରରେ କେ. ଚନ୍ଦ୍ରଶେଖର ରାଓଙ୍କ ଫଟୋ ଥିଲା। ଏହାପରେ ବୁକ ମାଇଁ ସିଏମ ଲେଖାଯାଇଛି। ୩୦ ପ୍ରତିଶତ କମିଶନ ଏହା ତଳେ ଉଲ୍ଲେଖ କରାଯାଇଛି।