Categories: ଜାତୀୟ

ଯେଉଁଠାରେ କଂଗ୍ରେସ ସରକାର, ସେଇଠି ହେବ ଜାତି ଜନଗଣନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ସୋମବାର ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନର ତାରିଖ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଡିସେମ୍ବର୩ରେ ସମସ୍ତ ରାଜ୍ୟର ନିର୍ବାଚନ ଫଳାଫଳ ଆସିବ। ସେପଟେ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁଡିସି) ର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଜାତି ଜନଗଣନା ଉପରେ ଚାରି ଘଣ୍ଟା ଧରି ଆଲୋଚନା କରିଛୁ। କଂଗ୍ରେସ କାର୍ଯ୍ୟକାରୀ କମିଟି ଦ୍ୱାରା ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଯେଉଁ ଯେଉଁ ସ୍ଥାନରେ କଂଗ୍ରେସ ସରକାର ଅଛି, ସେହି ସବୁ ସ୍ଥାନରେ ଜାତି ଜନଗଣନା ହେବ। ଜାତି ଜନଗଣନାକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ନିଷ୍ପତ୍ତି ନେଇଛନ୍ତି।

Share