Categories: ଜାତୀୟ

ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସର ଦାବି, ମହିଳା ସଂରକ୍ଷଣ ବିଲ ପାସ କରନ୍ତୁ ମୋଦି ସରକାର

ହାଇଦ୍ରାବାଦ,୧୭।୯: କଂଗ୍ରେସ ଦଳ ଆଗାମୀ ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନ ପାଇଁ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟିର ଦୁଇ ଦିନିଆ ବୈଠକର ଦ୍ୱିତୀୟ ଦିନରେ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ତେଲେଙ୍ଗାନାର ହାଇଦ୍ରାବାଦରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏଠାରେ ଉପସ୍ଥିତ ଥିଲେ।
କାର୍ଯ୍ୟ କାରିଣୀ କମିଟି ବୈଠକ ପରେ କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ୧୯୮୯ରେ ରାଜୀବ ଗାନ୍ଧୀ ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ସୁନିଶ୍ଚିତ କରିଥିଲେ। ତାପରେ ଏହି ବିଲ ମନମୋହନ ସିଂ ସରକାରଙ୍କ ନିକଟକୁ ଆସିଥିଲା। ଆଜି ପର୍ଯ୍ୟନ୍ତ ଜୀବିତ ରହିଛି।
କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ସିଡବ୍ଲୁସି ବୈଠକରେ ପାସ ହୋଇଥିବା ସଂକଳ୍ପ ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଛି।
ଏହି ପରିପ୍ରେକ୍ଷୀରେ ପୂର୍ବତନ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Share