Categories: ଜାତୀୟ

୨୨ରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ

ନୂଆଦିଲ୍ଲୀ,୨୦।୧: ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡ୍‌ବ୍ଲ୍ୟୁସି)ର ବୈଠକ । ଏହି ବୈଠକରେ ଦଳର ସାଂଗଠନିକ ନିର୍ବାଚନ ଲାଗି ନିର୍ଦ୍ଧାରଣ ହେବ ତାରିଖ। ସଂସଦରେ ବଜେଟ୍‌ ଅଧିବେସନର ଏକ ସପ୍ତାହ ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ବୈଠକରେ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ, ସେ ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ବୈଠକରେ କୃଷକଙ୍କ ଆନ୍ଦୋଳନ ଓ ଲିକ୍‌ ହୋଇଥିବା ହ୍ବାଟ୍ସଆପ୍‌ ଚଟ୍‌ ଉପରେ ମଧ୍ୟ ଆଲୋଚନା କରାଯିବ।

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଅସ୍ଥାୟୀ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ନିର୍ବାଚନ ଲାଗି ପ୍ରସ୍ତୁତ ଥିବା ନୋଟ ଦାଖଲ କରିଛନ୍ତି। ଏହାପରେ ସିଡ୍‌ବ୍ଲ୍ୟୁସି ବୈଠକ ଡାକରା ଦିଆଯାଇଛି।

Share