Posted inଜାତୀୟ

କନ୍ୟାକୁମାରୀରୁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଆରମ୍ଭ

ଚେନ୍ନାଇ,୭।୯: ତାମିଲନାଡୁର କନ୍ୟାକୁମାରୀରୁ କଂଗ୍ରେସର ଉଚ୍ଚାଭିଳାଷୀ ଯାତ୍ରା ‘ଭାରତ ଯୋଡ ଯାତ୍ରା’ ଆରମ୍ଭ ହୋଇଛି। ୩୫୭୦ କିଲୋମିଟରର ଏହି ଦୀର୍ଘ ଯାତ୍ରା ପାଞ୍ଚ ମାସ ମଧ୍ୟରେ ୧୨ଟି ରାଜ୍ୟ ଦେଇ ଗତି କରିବ। ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନେକ ବରିଷ୍ଠ ନେତା ଏହି ଯାତ୍ରାରେ ଭାଗ ନେଉଛନ୍ତି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶହୀଦ ସ୍ମାରକୀରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଯୋଗ ଦେଇଥିଲେ।
ଯୋଜନା ଅନୁଯାୟୀ, ଏହି ପଦଯାତ୍ରା ଦୁଇଟି ସିଫ୍ଟରେ ଚାଲିବ। ଏହି ଯାତ୍ରା ପ୍ରଥମ ସିଫ୍ଟରେ ସକାଳ ୧୦.୩୦ରେ ଏବଂ ଅପରାହ୍ନ ୩.୩୦ରେ ଆରମ୍ଭ ହେବ। ପ୍ରତିଦିନ ୨୨ ରୁ ୨୩ କିଲୋମିଟର ଦୂରତା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ୧୧୭ କଂଗ୍ରେସ ନେତା ଏହି ଯାତ୍ରାରେ ଅଂଶଗ୍ରହଣ କରିବେ। କଂଗ୍ରେସ କର୍ମୀମାନେ ମଧ୍ୟ ସେଠାରେ ପଦଯାତ୍ରା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Video: ମିରଠ ପରି ସ୍ୱାମୀଙ୍କୁ ‘ଡ୍ରମ୍’ରେ ପ୍ୟାକ୍ କରିବାକୁ ଧମକ ଦେଲେ ମହିଳା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୩୧।୩: ଉତ୍ତର ପ୍ରଦେଶର ଗୋଣ୍ଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଶରୀରର କାଟି ଡ୍ରମ୍‌ରେ ପ୍ୟାକ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ମିରଠରେ...

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଛତିଶଗଡ଼ ହାଇକୋର୍ଟ

ବିଳାସପୁର,୩୧।୩: ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ କାରଣ ଏହା ସମ୍ବିଧାନର ଧାରା ୨୧ କୁ ଉଲ୍ଲଂଘନ କରେ, ଯାହା ଜୀବନ...

RSS ସହ ମୋଦିଙ୍କର ନାହିଁ ଭଲ ସମ୍ପର୍କ? ସଂଘର ଏହି ନେତା କହିଲେ…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର (୩୦ ମାର୍ଚ୍ଚ) ନରେନ୍ଦ୍ର ମୋଦି ନାଗପୁରରେ ରାଷ୍ଟ୍ରୀୟ...

ଔରଙ୍ଗଜେବଙ୍କ ସମାଧି ବିବାଦ ଉପରେ ରାଜ ଠାକରେ ବୟାନ: ହ୍ୱାଟ୍ସଆପ୍‌ରେ ଇତିହାସ ପଢ଼ନ୍ତୁ ନାହିଁ

ନୂଆଦିଲ୍ଲୀ,୩୧।୩: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ ସମାଧି ଉପରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସକୁ ନିନ୍ଦା କରିଛନ୍ତି।...

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

‘ଗୋଟିଏ ପୃଥିବୀ, ଗୋଟିଏ ସ୍ବାସ୍ଥ୍ୟ ପାଇଁ ଯୋଗ’, ଯୋଗ ୨୦୨୫ର ଥିମ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି ଯେ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ...

କିଏ ସେହି ନିଧି ତିଓ୍ବାରୀ, ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଇଭେଟ ସେକ୍ରେଟାରୀ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା...

Eid Ul Fitr 2025: ଇଦ ଉପଲକ୍ଷେ ମୁସଲମାନ ଭାଇଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୩୧।୩: ଇଦ-ଉଲ-ଫିତରକୁ ଇସଲାମର ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପବିତ୍ର ରମଜାନ ମାସ ପରେ ପାଳନ କରାଯାଏ। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image