Categories: ଜାତୀୟ

କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମିଳିବ ୨୦୦୦ ଟଙ୍କା

ବେଙ୍ଗାଲୁରୁ,୧୬।୧: କର୍ନାଟକରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କର୍ନାଟକରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇଦେବାକୁ ଦଳ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ସୋମବାର ଦଳ ଏବେ ଆଉ ଏକ ବଡ ପ୍ରତିଶ୍ରୁତି ଦେଇଛି। ଗୃହ ଲକ୍ଷ୍ମୀ ଯୋଜନା ଅଧୀନରେ ଦଳ ୨୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। କର୍ନାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ସୋମବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ଦଳ କ୍ଷମତାକୁ ଆସେ, ତେବେ ଗୃହ ଲକ୍ଷ୍ମୀ ଯୋଜନା ଅଧୀନରେ ମହିଳାଙ୍କୁ ୨୦୦୦ ଟଙ୍କା ଦିଆଯିବ।

Share