Categories: ଜାତୀୟ

କଂଗ୍ରେସର ନିର୍ବାଚନୀ ଥୋପ: ବିବାହ ସମୟରେ ମହିଳାଙ୍କୁ ସୁନା-ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ…

ହାଇଦ୍ରାବାଦ,୧୬।୧୦ :  ତେଲଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହିତ ବିଆରଏସ ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ପ୍ରତିଶ୍ରୁତିରେ ଭରପୁରଥିବା ନିର୍ବାଚନୀ ଥୋପ ନିଜର ଇସ୍ତାହାର ଘୋଷଣା କରିବାକୁ ଯୋଜନା କରିଛି।

ନିଜ ଇସ୍ତାହାରରେ କଂଗ୍ରେସ ଯୋଗ୍ୟ ମହିଳାଙ୍କୁ ବିବାହ ସମୟରେ ୧୦ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା ଏବଂ ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ ଦେବାର ପ୍ରତିଶ୍ରୁତି ଦେଇପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଟିଆରପିସି ମନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଡି ଶ୍ରୀଧର ବାବୁଙ୍କ ଅନୁଯାୟୀ, ନଗଦ ବ୍ୟତୀତ ଦଳର ‘ମହାଲକ୍ଷ୍ମୀ’ ଗ୍ୟାରେଣ୍ଟି ଅନୁଯାୟୀ ୧ଲକ୍ଷ ଟଙ୍କା ଏବଂସୁନା ଦିଆଯିବ।

ତେଲଙ୍ଗାନାରେ ବିଆରଏସ ସରକାରଙ୍କ କଲ୍ୟାଣ ଲକ୍ଷ୍ମୀ ଏବଂ ଶାଦି ମୁବାରକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ଅନ୍ତର୍ଗତ ତେଲେଙ୍ଗାନାର ବାସିନ୍ଦା ଯେଉଁମାନଙ୍କର ଅଭିଭାବକଙ୍କ ଆୟ ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ ସେମାନଙ୍କୁ ବିବାହ ସମୟରେ ୧,୦୦.୧୧୬ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଶ୍ରୀଧର ବାବୁ କହିଛନ୍ତି ଗୋଟିଏ ତୋଳା ଅର୍ଥାତ ୧୦ ଗ୍ରାମ ସୁନା ଦିଆଯିବ। ଏହାର ମୂଲ୍ୟ ପ୍ରାୟ ୫୦ ରୁ ୫୫ହଜାର ହେବ। ଏଥି ସହ ମନିଫେଷ୍ଟୋ କମିଟିର ଜଣେ ସଦସ୍ୟ କହିଛନ୍ତି ମନିଫେଷ୍ଟୋରେ ଛାତ୍ରମାନଙ୍କ ପାଇଁ ମାଗଣା ଇଣ୍ଟରନେଟ ମଧ୍ୟ କଂଗ୍ରେସ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି।

 

Share