Categories: ଜାତୀୟ

କଂଗ୍ରେସର ପ୍ରଥମ ତାଲିକା ଜାରି: ୧୨ ପ୍ରାର୍ଥୀ ୫୦ ବର୍ଷରୁ କମ୍‌, ତାଲିକାରେ ମୁସଲମାନ ସହିତ ଏହି ସମ୍ପ୍ରଦାୟ

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। କଂଗ୍ରେସର ପ୍ରଥମ ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ ହୋଇଥିବାବେଳେ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି-ଜନଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଛନ୍ତି। କଂଗ୍ରେସ ନେତା ଅଜୟ ମାକେନ କଂଗ୍ରେସର ପ୍ରଥମ ତାଲିକା ବିଷୟରେ କହିଛନ୍ତି , ଏହି ତାଲିକାରେ ଅଭିଜ୍ଞ କଂଗ୍ରେସ ନେତା, ଯୁବକ ଏବଂ ତୃଣମୂଳ ସ୍ତରର ନେତାଙ୍କୁ ସ୍ଥାନ ଦିଆଯାଇଛି।
କଂଗ୍ରେସ କେସି ବେଣୁୁଗୋପାଲ, ଅଜୟ ମାକେନ ଏବଂ ପୱନ ଖେଡାଙ୍କ ସମେତ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିି। ତାଲିକାରେ ରାହୁଲ ଗାନ୍ଧୀ ୱାୟନାଡରୁ ଲଢୁଥିବାବେଳେ କେରଳର ଥିରୁଭାନନ୍ତପୁରମରୁ ଶଶି ଥରୁର ଅଛନ୍ତି।

ମୋଟ ଉପରେ, ଆଠଟି ରାଜ୍ୟ ତାଲିକାରେ କେରଳରୁ ୧୫, ଛତିଶଗଡ ଏବଂ କର୍ନାଟକରୁ ୬, ତେଲେଙ୍ଗାନାର ୪, ମେଘାଳୟର ୨ ଏବଂ ତ୍ରିପୁରା-ସିକିମ୍‌-ନାଗାଲାଣ୍ଡରୁ ଗୋଟିଏ ଗୋଟିଏ ନାମ ରହିଛି। ତେବେ ତାଲିକାରେ ୧୫ଜଣ ପ୍ରାର୍ଥୀ ସାଧାରଣ ବର୍ଗର ଥିବାବେଳେ
୨୪ଜଣ ପ୍ରାର୍ଥୀ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି। ୧୨ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ ରହିଥିବାବେଳେ ୮ଜଣ ପ୍ରାର୍ଥୀ ୫୦-୬୦ ବୟସ ବର୍ଗରେ ଅଛନ୍ତି। ସେହିପରି ୬୧-୭୦ ବର୍ଷ ବୟସ ବର୍ଗରେ ୧୨ ଜଣ ଅଛନ୍ତି। ୭ଜଣ ପ୍ରାର୍ଥୀ ୭୧-୭୬ ବୟସ ବର୍ଗରେ ଅଛନ୍ତି।

 

Share