Categories: ରାଜ୍ୟ

ଆଜି ବିଜେଡି-ଭାଜପା ସମ୍ପର୍କ ନେଇ କଂଗ୍ରେସର ଅନ୍ନପ୍ରାଶନ ଉତ୍ସବ

ଭୁବନେଶ୍ୱର, ୧୧।୩:(ସୁନିତ୍‌ ମିଶ୍ର) ଭାଜପା ଓ ବିଜେଡି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ। ଏଥିରେ ବିଜେଡି ଓ ଭାଜପା ସମ୍ପର୍କରେ ଜନ୍ମ ନେଇଥିବା ପିଲାଙ୍କ ନାମକରଣ କରାଯିବ ବୋଲି ଦଳ ସୂଚନା ଦେଇଛି।

ପିସିସି ସୋସିଆଲ ମିଡିଆ ମୁଖ୍ୟ ଅମୀୟ ପାଣ୍ଡବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଡି ଓ ଭାଜପା ଆଗାମୀ ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନୁଷ୍ଠାନିକ ମେଣ୍ଟ କରିବାକୁ ଯାଉଛନ୍ତି। ତେଣୁ ଏହି ଅନ୍ନପ୍ରାଶନ ଉତ୍ସବ ଅପରାହ୍ନ ୨ଟାରେ ହେବ ବୋଲି ସେ କହିଛନ୍ତି।

Share